ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଫଳରେ ଅନେକ ସ୍ଥାନରେ ପାଗରେ ପରିବର୍ତନ। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାପରେ ଏହି ଲଘୁଚାପ ଅଧିକ ଘନିଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଛି। ବାତ୍ୟାର ରୂପ ନେବା ପରେ ଏହା ତାମିଲନାଡ଼ୁ ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେଣୁ ବିଭିନ୍ନ ସ୍ଥାନରେ ବାତ୍ୟାକୁ ନେଇ ସଜାଗ ରହିଛି ପ୍ରଶାସନ।