କୋରାପୁଟ: ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ଜମିକୁ ନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ। ପାଡୁଆ ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବରେ ପାନ୍ତୁଲୁଙ୍ଗ ପଞ୍ଚାୟତ ସିରିଆପାଲି ଓ ଅଣ୍ଡରୁଗୁଡା ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିରେ ପ୍ରାୟ ୪୫ ଏକର ଜମିରୁ ପ୍ରାୟ ୬୩ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।
ସୂଚନା ଅନୁସାରେ, ସିରିଆପାଲି ଓ ଅଣ୍ଡରୁଗୁଡା ଗ୍ରାମ ନିକଟରେ ଗଞ୍ଜେଇ ଚାଷ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ପୋଲିସ। ଏହାପରେ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଅପେରସନ ଗ୍ରୀନ କ୍ଳୀନ ଜାରି ହୋଇଥିଲା। ସମସ୍ତ ଅଧିକାରୀମାନେ ମିଶି ପ୍ରାୟ ୪୫ ଏକର ଜମିରୁ ପ୍ରାୟ ୬୩ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଏହାପରେ ଜମି ମାଲିକ କଣ ପାଇଁ ଏପରି ଗଞ୍ଜେଇ ଚାଷ କରୁଥିଲେ ସେ ନେଇ ମଧ୍ୟ ତାଙ୍କୁ ପୋଲିସ ପଚରାଉଚରା କରୁଛି। ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଥିଲା।