କଟକ: ଉଦଯାପିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିଥିଲା ଏହି ବାଲିଯାତ୍ରାର ଶନିବାର ଥିଲା ଶେଷ ଦିନ । ଆୟୋଜିତ ଉଦଯାପନୀ ଉତ୍ସବରେରେ ମୁଖ୍ୟ ଅତିଥି ଭାବେ ଆଇନ୍ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ପୁଣି ଆର ବର୍ଷ ବାଲିଯାତ୍ରା ଅପେକ୍ଷା ।
ଆୟୋଜିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀଙ୍କ ସମେତ କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, କଟକ ଡିସିପି, ଜିଲ୍ଲାପାଳ ଆଦି ଯୋଗ ଦେଇଥିଲେ। ବାଲିଯାତ୍ରାର ଶାନ୍ତିଶୃଙ୍ଖଳା ଆୟୋଜନ ପାଇଁ ଅତିଥିମାନେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ।
ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୨୫୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଛି। ଏଥିରୁ ଓରମାସର କେବଳ ୪୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଚଳିତ ବର୍ଷ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଜନ ସମାଗମ ହୋଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଥିଲେ। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆୟୋଜିତ ଏହି ମହୋତ୍ସବ ନବମ ଦିନରେ ଶନିବାର ଉଦଯାପିତ ହୋଇଛି ।