ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟର ବିଜେପୁର ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଗତ ଆଠ ଦିନ ପରେ ବନ୍ଦ କୋଠରୀରୁ ବନ୍ଦ ରହିଥିବା ଜଣେ ବ୍ୟକ୍ତି ଉଦ୍ଧାର କରିଛନ୍ତି ପୋଲିସ। ତେବେ ବ୍ୟକ୍ତିଙ୍କୁ ଏପରି ବନ୍ଦ କୋଠରୀ ବିଗତ ଆଠ ଦିନ ପର୍ଯ୍ୟନ୍ତ ବନ୍ଧକ ରଖିଥିଲେ ତାଙ୍କ ନିଜ ପତ୍ନୀ।
ସୂଚନା ଅନୁସାରେ , ବିଜେପୁର ଗାଁର କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା। ବିଭିନ୍ନ ସମୟରେ ରଞ୍ଜନି ସ୍ୱାମୀ କସ୍ତାନ୍ତିନଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଗତ କିଛି ଦିନ ପୂର୍ବରୁ ପ୍ରାଣ ରଞ୍ଜନି ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଖାଇବାକୁ ନ ଦେଇ ଏକ କୋଠରୀରେ ତାଲା ପକାଇ ବନ୍ଦୀ କରି ରଖିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ସେହି କୋଠରୀରୁ ଉଦ୍ଧାର କରିଥିଲେ।