ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପାଇଁ ହେବାକୁ ଥିବା ନିଲାମର ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ପାଇଁ ମେଗା ଅକ୍ସନ ନଭେମ୍ବର ୨୪ ଓ ୨୫ ସାଉଦି ଆରବର ଜେଦା ସହରରେ ଆୟୋଜିତ ହେବ । ଆଜି ନିଲାମର ପ୍ରଥମ ଦିନ । ଏଥର ମୋଟ୍ ୫୭୭ ଖେଳାଳିଙ୍କ ନିଲାମ ହେବ ।
ଅକ୍ସନରେ ମୋଟ୍ ୫୭୭ ଖେଳାଳି ସାମିଲ ହେଉଥିବା ବେଳେ ଏଥିରେ ୩୬୭ ଭାରତୀୟ ଓ ୨୧୦ ବିଦେଶୀ ଖେଳାଳି ସାମିଲ । ତେବେ ନିଲାମରେ କେବଳ ୨୦୪ ଖେଳାଳିଙ୍କ ଭାଗ୍ୟ ଚମକିବ । ସବୁ ଦଳ ପାଇଁ ୨୦୪ ଖେଳାଳିଙ୍କୁ କିଣିବା ପାଇଁ ସ୍ଲଟ୍ ଖାଲି ରହିଛି । ଏଥିରୁ ଅଧିକରୁ ଅଧିକ ୭୦ ବିଦେଶୀ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ନିଜ ଦଳରେ ସାମିଲ କରି ପାରିବେ । ଏହା ଦେଖିବାକୁ ବାକି ରହିଲା ଯେ, ନିଲାମରେ କେଉଁ ଖେଳାଳିଙ୍କ ଭାଗ୍ୟ ଚମକିବ ।
ଉଲ୍ଲେଖନୀୟ ନିଲାମ ପାଇଁ ମୋଟ୍ ୧୫୭୪ ଖେଳାଳି ନିଜ ନାଁ ପଞ୍ଜିକରଣ କରିଥିଲେ । ଏଥିରୁ ୫୭୭ ଖେଳାଳିଙ୍କୁ ନିଲାମ ପାଇଁ ସଟଲିଷ୍ଟ କରାଯାଇଛି । ନିଲାମରେ ୫୭୭ ଖେଳାଳିଙ୍କ ନାଁ ଗୋଟି ଗୋଟିଏ କରି ଡକାଯିବ । ପୁଣି ୧୧୮ତମ ଖେଳାଳି ସହିତ ଏକ୍ସିଲେରେସନ ରାଉଣ୍ଡ ଆରମ୍ଭ ହେବ । ସର୍ବ ପ୍ରଥମେ ନିଲାମୀରେ ଦୁଇ ମାର୍କ ସେଟ୍ କରାଯିବ । ଏହା ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କ ନିଲାମ ଡକରା ହେବ ।
ସାଉଦି ଆରବରେ ହେଉଥିବା ଏହି ମେଗା ନିଲାମର ଆରମ୍ଭ ଆଜି ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ । ଏହି ମେଗା ନିଲାମର ସିଧା ପ୍ରସାରଣ ଭାରତରେ ଟିଭିରେ ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲ ଜରିଆରେ ଦେଖି ପାରିବେ । ଆଉ ଓଟିଟିରେ ଜିଓ ସିନେମାରେ ଲାଇଭ ଷ୍ଟ୍ରିମିଂର ମଜା ଉଠାଇ ପାରିବେ ।
ଆଇପିଏଲ୍ ୨୦୨୫ର ନିଲାମ ପାଇଁ କେଉଁ ଦେଶର କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ
ଆଫଗାନିସ୍ତାନ- ୧୮ ଖେଳାଳି
ଅଷ୍ଟ୍ରେଲିଆ- ୩୭ ଖେଳାଳି
ବାଂଲାଦେଶ- ୩୭ ଖେଳାଳି
ଇଂଲଣ୍ଡ- ୩୭ ଖେଳାଳି
ଭାରତ- ୩୬୬ ଖେଳାଳି
ଆୟରଲାଣ୍ଡ- ୨ ଖେଳାଳି
ନ୍ୟୁଜିଲାଣ୍ଡ- ୨୪ ଖେଳାଳି
ସ୍କଟଲାଣ୍ଡ- ୧ ଖେଳାଳି
ଦକ୍ଷିଣ ଆଫ୍ରିକା- ୩୧ ଖେଳାଳି
ଶ୍ରୀଲଙ୍କା- ୧୯ ଖେଳାଳି
ୟୁଏସଏ- ୨ ଖେଳାଳି
ୱେଷ୍ଟଇଣ୍ଡିଜ- ୨୨ ଖେଳାଳି
ଜିମ୍ବାୱେ- ୩