ଭୁୁବନେଶ୍ୱର: ବିରଜା ହାଟ ପ୍ରସଙ୍ଗରେ ବିଜେଡି ପ୍ରେସମିଟର ଜବାବ ଦେଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛ୍ତି ସେମାନେ କେଉଁ ଅର୍ଥରେ ସମର୍ଥନ କରୁଛନ୍ତି, ମୁଁ ବୁଝି ପାରୁନି । ପୂର୍ବରୁ ବହୁ ଲମ୍ବା କଥା କହୁଥିଲେ, କ୍ଷମତା ଯିବା ପରେ ମାନସିକସ୍ତରରେ ଅପପ୍ରସ୍ତୁତ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ ବୋଲି ଜଣା ପଡୁଛି । ହିଂସା ରାସ୍ତା ପରିହାର କରନ୍ୁତ, ଭୁଲ ରାସ୍ତାକୁ ନ ଯାଆନ୍ତୁ । ନିଜ ତ୍ରୁଟି ସ୍ୱୀକାର ସହ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗଣ୍ଡଗୋଳ ହେଉଛି ମାନନ୍ତୁ ।
ସୂଚନାଯୋଗ୍ୟ, ବିରଜା ହାଟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଯାଜପୁର ଥାନା ପୋଲିସ ଗିରଫ କରିଥିଲା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୋଲିସ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୮ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।
ଗୁରୁବାର ଦିନ ବିରଜା ହାଟକୁ ବ୍ୟବସାୟ ପାଇଁ ଆସିଥିବା ଚାଷୀ ଓ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଭବ ଓ ତାଙ୍କ ସମର୍ଥକମାନେ ଚାଷୀ ଏବଂ ବ୍ୟବସାୟୀଙ୍କ ବିକ୍ରୟ ସାମଗ୍ରୀ ପନିପରିବା, ଝୁଡ଼ି, ଓଜନ କଣ୍ଟାକୁ ଫିଙ୍ଗାଫୋପଡ଼ା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିଲା।