କଟକ : କଟକରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନାବାଳିକା ସୂଚନା ଆଧାରରେ କଟକ କମିଶନରେଟ୍ ପୁଲିସ ଖୋଳତାଡ ଆରମ୍ଭ କରିଛି।
ନାବାଳିକା ଉଦ୍ଧାର ପରେ ମଧୁପାଟଣା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ଉଦ୍ଧାର ନାବାଳିକାକୁ ସିଡବ୍ଲୁସି ଦ୍ଵାରା କାଉନସେଲିଂ କରାଯାଇ ବସୁନ୍ଧରାରେ ରଖାଯାଇଛି। ଏସିପି ସ୍ଵସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ ଚାକିରି ପ୍ରଲୋଭନ ଦେଖାଇ ଜଙ୍ଗଲ ରାସ୍ତାରେ ସୀମା ପାର କରାଉଛନ୍ତି ଦଲାଲ ଏହାପରେ ଯୌନ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଉଛି । ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି। ଏହା ପଛରେ ଆନ୍ତର୍ଜାତୀୟ ରାକେଟ କାମ କରୁଛି ବୋଲି ପୋଲିସ ଅନୁମାନ କରିଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମଧ୍ଯ ଅବଗତ କରାଯାଇଛି।କଟକ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା ଦେଇଛନ୍ତି।