କତାର : ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେଲେ ରିଷଭ ପନ୍ତ । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ ।
ଆରମ୍ଭ ହୋଇଛି ଆଇପିଏଲ ୨୦୨୫ର ଖେଳାଳି ନିଲାମ। ଦୁଇ ଦିନ ହେବାକୁ ଥିବା ଏହି ନିଲାମ ପ୍ରକିୟାର ପ୍ରଥମ ଦିନରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ଥ। ୨୭ କୋଟିରେ ବିକ୍ରି ହୋଇଛନ୍ତି ରିଷବ। । ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ କିଣିଛି। ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିଲେ । ନିଲାମୀରେ ତାଙ୍କ ପଛକୁ ରହିଛନ୍ତି ଶ୍ରେୟସ ଏୟର। ପଞ୍ଜାବ ୨୬ କୋଟି ୭୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି। ପୂର୍ବରୁ ସେ କୋଲକାତା ଟିମ୍ ପାଇଁ ଖେଳୁଥିଲେ।
ଆଜି ପ୍ରଥମ ଦିନରେ ପ୍ରଥମ ନିଲାମୀ ହୋଇଛନ୍ତି ଭାରତୀୟ ବୋଲର ଅଶର୍ଦୀପ ସିଂ। ତାଙ୍କୁ ୧୮ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗସ। ତାଙ୍କର ବେସ ପ୍ରାଇସ୍ ୨ କୋଟି ଥିଲା। ସେ ପୂର୍ବରୁ ମଧ୍ୟ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ। ଦକ୍ଷିଣ ଆଫ୍ରିକା ଖେଳାଳୀ ରବାଡାଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ଗୁଜରାଟ ଟାଇଟନସ। ତାଙ୍କର ଦୁଇ କୋଟି ଟଙ୍କା ବେସ୍ ପ୍ରାଇସ ରହିଥିଲା। ଜୋସ ବଟଲରଙ୍କୁ ୧୫ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ଗୁଜରାଟ ଟାଇଟନ୍ସ । ସେହିପରି ୟୁଜବିନ୍ଦ୍ର ଚହଲଙ୍କୁ ପଞ୍ଜାବ,କେ ଏଲ ରାହୁଲଙ୍କୁ ଦିଲ୍ଲୀ ଟିମ୍ କିଣିଛି।