ଭୁବନେଶ୍ୱର: ଦେଶ ସାରା ପ୍ରଶିକ୍ଷଣ ବର୍ଗ ଚାଲିଛି। କାର୍ଯ୍ୟକର୍ତ୍ତାଙ୍କୁ ବିଜେପିର ବିଚାରଧାରା, କାର୍ଯ୍ୟପଦ୍ଧତି ଏବଂ ସଂଗଠନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଏହା ସହ ପ୍ରଧାନମନ୍ତ୍ରୀ ଦେଇଥିବା ଇନ୍ଧନ ବଞ୍ଚାଇବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଗୁରୁବାର ଏହା କହିଛନ୍ତି ।
ସେ କହିଛନ୍ତି ଓଡ଼ିଶାରେ ସରକାର ଆସିବା ପରେ ସୁଭଦ୍ରା ଯୋଜନା ରାଜ୍ୟରେ ଏକ ପରିବର୍ତ୍ତନ ଆଣିଛି। ଚାଷୀ ଉପକୃତ ହୋଇଛି। ଚାଷୀ ଧାନ ବିକ୍ରି କରିପାରୁଛି। ସରକାର ୨୪ ହଜାର କୋଟି ଟଙ୍କା ବ୍ୟୟରେ ଚାଷୀର ସମସ୍ତ ଧାନ କିଣାଯାଇଛି। ଓଡ଼ିଶାରେ ଚତୁର୍ଦ୍ଦିଗ ବିକାଶ ହେଉଛି ଏହା ଡବଲ ଇଞ୍ଜିନ ସରକାର ର ଫଳ। ସରକାର ବହୁତ୍ ଭଲ କାମ କରୁଛନ୍ତି।
ଅନ୍ୟ ଦଳରେ ସମସ୍ୟା ରହିଛି। ବିଜେପି ଏକ ବିଚାରଧାରାର ଦଳ। ସାଧାରଣ ବ୍ୟକ୍ତି ଏ ଦଳରେ ସର୍ବୋଚ୍ଚ ଆସନରେ ବସିପାରେ। ଅନ୍ୟଦଳରେ ପରିବାର ବାଦ ରାଜନୀତି ହୁଏ। ଅନ୍ୟାଦଳରେ ସର୍ବୋଚ୍ଚ ନେତାଙ୍କୁ ଭେଟି ପାରନ୍ତି ନାହିଁ। ସବୁ ସମୟ ଅନୁସାରେ ହେବ।
ବିଜେପି ଥରେ ଆସିଲେ ଆଉ ଯାଏ ନାହିଁ। ଆସାମରେ ତୃତୀୟ ଥର ସରକାର୍ ଆସିଚି। ଓଡ଼ିଶାରେ ମଧ୍ୟ ୨୫- ୩୦ ବର୍ଷ ଯାଏଁ ସରକାର୍ ରହିବ। ପଶ୍ଚିମବଙ୍ଗରେ ମଧ୍ୟ ଦୀର୍ଘବର୍ଷ ଯାଏଁ ସରକାର୍ ରହିବ। ବିଜେଡି ଠାରୁ ବିଜେପି ସରକାର୍ ବହୁ ଭଲ କାମ କରୁଛି। ସେମାନଙ୍କ ୨୪ ବର୍ଷର ସରକାରଠୁ ୨ ବର୍ଷରେ ଅନେକ କାମ ହୋଇଛି। ବିଜେପିର ସଂଗଠନ ଆହୁରି ମଜବୁତ୍ ହେଉଛି। ଦଶନ୍ଧି ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟି ସରକାର ରହିବ ବୋଲି ଅରୁଣ ସିଂ କହିଛନ୍ତି ।