ଜାଣନ୍ତୁ ଚଳିତ ବର୍ଷର ସ୍ୱାସ୍ଥ୍ୟ ବଜେଟର ମୁଖ୍ୟାଶଂ
Khabar Odisha:Odisha-health-budget-explain-briefly
ଭୁବନେଶ୍ୱର, ଫେବୃଆରୀ ୧୮ (ଖବର ଓଡ଼ିଶା):

 ଆସନ୍ତୁ ନଜର ପକାଇବା ଓଡ଼ିଶାର ସ୍ୱାସ୍ଥ୍ଯ ବଜେଟ ଉପରେ।

* ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ 7,700 କୋଟି ଟଙ୍କାର ବ୍ୟୟବରାଦ ଯାହା ବିଗତବର୍ଷ ତୁଳନାରେ 14 ପ୍ରତିଶତ ଅଧିକ।

* ବିଜୁ ସ୍ୱାସ୍ଥ୍ଯ କଲ୍ଯାଣ ଯୋଜନା ଅଧିନରେ ମାଗଣା ଔଷଧ ଯୋଗାଇ ଦେବା ପୁରୁଷ ହିତାଧୀକାରୀଙ୍କ କ୍ଷେତ୍ରରେ ପରିବାର ପିଛା 5 ଲକ୍ଷ ଟଙ୍କା ଓ ମହିଳା ହିତାଧୀକାରୀଙ୍କ କ୍ଷେତ୍ରରେ 10 ଲକ୍ଷ ଟଙ୍କାଦେବା ପାଇଁ 1108 କୋଟି ଟଙ୍କାର ବ୍ଯୟବରାଦ।

*ମୁଖ୍ଯମନ୍ତ୍ରୀ ସ୍ୱାସ୍ଥ୍ଯସେବା ମିଶନ ମାଧ୍ଯମରେ ସ୍ୱାସ୍ଥ୍ଯସେବା ଭିତ୍ତିଭୂମିର ବିକାଶ ପାଇଁ 578 କୋଟି ଟଙ୍କାର ବ୍ଯୟବରାଦ।

*ରାଷ୍ଟ୍ରୀୟ ସ୍ୱାସ୍ଥ୍ଯ ମିଶନ ଯୋଜନାରେ 1652 କୋଟି ଟଙ୍କାର ବ୍ଯୟବରାଦ।

*ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ଯସେବା କେନ୍ଦ୍ରମାନଙ୍କରେ ପରିମଳର ବ୍ୟବସ୍ଥାର ମାନର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା, ଉଦ୍ଯାନ ଓ ଲିଫ୍ଟ ସେବା ପାଇଁ 360 କୋଟି ଟଙ୍କାର ବ୍ଯୟଅଟକଳ ରଖାଯାଇଛି।

*ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ଯାଳୟକୁ ଏକ ଅତ୍ଯାଧୁନିକ ବିଶ୍ୱସ୍ତରୀଯ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆଗାମୀ ଦୁଇ ବର୍ଷ ମଧ୍ଯରେ 1000 କୋଟି ଟଙ୍କା ନିବେଶର ଲକ୍ଷ୍ଯ ରଖାଯାଇଛି।

*ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା ଓ ସୁନ୍ଦରଗଡ, ତାଳଚେର ଓ କନ୍ଧମାଳ ଠାରେ 7ଟୁ ନୂତନ ସରକାରୀ ଭେଷଜ ମହାବିଦ୍ଯାଳୟର ପ୍ରତିଷ୍ଠା କରିବା ପାଇଁ 562 କୋଟି ଟଙ୍କାର ବ୍ଯୟ ଅଟକଳ ରଖିଛନ୍ତି ରାଜ୍ଯ ସରକାର।

*ଭୁବନେଶ୍ୱର ଓ ଅନୁଗୁଳରେ ଥିବା ESIସ୍ୱାସ୍ଥ୍ଯକେନ୍ଦ୍ର ପାଇଁ 220 ଚିକିତ୍ସକ ଓ ସହକାରୀ ସ୍ୱାସ୍ଥ୍ଯକର୍ମୀ ପଦବୀ ସୃଷ୍ଟି ଓ ରାଜ୍ଯ କର୍ମଚାରୀ, ବୀମା ଯୋଜନା ପାଇଁ 47 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

  • Tags:

Subscribe

National International State Sports Entertainment