କଟକ : ଓଡିଶା ପ୍ରୋ ଟି20 ଲିଗ ପୂର୍ବ ନିର୍ଦ୍ଧାରିତ ତାରିଖ ପରିବର୍ତ୍ତେ ଆସନ୍ତା ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଆସନ୍ତା ୨୬ ସେପ୍ଟେମ୍ବରରେ ଶେଷ ହେବ । ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ 6ଟି ଫ୍ରାଞ୍ଚାଇଜି, Cuttack Panthers, Sambalpur Warriors, Puri Titans, Bhubaneshwar Tigers, Keonjhar Miners and Rourkela ଷ୍ଟିଲର୍ସର କୋଚ ଓ କ୍ୟାପଟେନ ଘୋଷଣା ହୋଇସାରିଥିଲା।
ଗତକାଲି ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ଲେୟାର ଡ୍ରାଫ୍ଟ ପ୍ରକିୟା ସମସ୍ତ ୬ଟି ଫ୍ରାଞ୍ଚାଇଜି ପାଇଁ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ସମୟରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧକ୍ଷ ବିକାଶ ପ୍ରଧାନ ମହୋଦୟ ଉପସ୍ଥିତ ଥିଲେ। କଟକ ପ୍ୟାନଥର୍ସର ପ୍ରାଞ୍ଚଇଜିର ମାଲିକ ଶ୍ରୀମତୀ ଶୁଭଶ୍ରୀ ବେହେରା ଓ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଫୁଟବଲ ଆସୋସିଏସନ ଅଫ ଓଡିଶାର ସମ୍ପାଦକ ଓ ଓଡିଶା ଆଥଲେଟିକ ଆସୋସିଏସନର ଅଧ୍ୟକ୍ଷ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଶା ପ୍ରୋ ଟି20 ଲିଗର ପ୍ଲେୟାର ଡ୍ରାଫଟିଙ୍ଗ ସମୟରେ ପ୍ରତ୍ୟେକ ଫ୍ରାଞ୍ଚାଇଜି 16 ଟି ଖେଳାଳି ଦଳରେ ସାମିଲ କରିଥିଲେ ଓ ଏହାଛଡା ଅତିରିକ୍ତ ଦୁଇଟି ଖେଳାଳି ନିଜ ନିଜ ଦଳରେ ସାମିଲ କରିବା ପାଇଁ ମଧ୍ୟ ପ୍ରତ୍ୟେକ ଫ୍ରାଞ୍ଚାଇଜି ପାଖରେ ସୁଯୋଗ ରହିଛି।
ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, "ଏହି ଲିଗ ଓଡିଶା କ୍ରିକେଟ ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ହେବ। ଆମ ବିଶ୍ୱାସ ଏହି ଲିଗରୁ ଅଭିଜ୍ଞତା ସାଉଁଟି ଖେଳାଳିମାନେ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ଓ ଆଗାମୀ ଦିନରେ ଆଇପିଏଲ ତଥା ଭାରତ ପାଇଁ ଖେଳିବାର ସୁଯୋଗ ପାଇବେ। ଏହା ସହ ମାନ୍ୟବର ସମ୍ପାଦକ ସମସ୍ତ ଖେଳାଳି ଓ ପ୍ରାଞ୍ଚଇଜି ମାଲିକଙ୍କୁ ଶୁଭକାମନା ଜଣାଇଛନ୍ତି ଓ ଖେଳୁଆଡ଼ ମନୋଭାବ ସହ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।
ଓଡିଶା କ୍ରିକେଟ ଆସୋସିଏସନ ଓ ଆରିଭା ସ୍ପୋର୍ଟସ ସହାଭାଗିତାରେ ଇବି ଟୁର୍ନାମେଣ୍ଟର ଆୟୋଜନ କରାଯାଉଛି।
ଖେଳାଳିମାନଙ୍କୁ 5ଟି ଗ୍ରୁପ ରେ ବିଭକ୍ତ କରାଯାଇ ଗ୍ରୁପ ହିସାବରେ ପ୍ଲେୟାର ଫି(ପାଉଣା) ଡ୍ରାଫ୍ଟ ପୂର୍ବରୁ ଘୋଷଣା କରାଯାଇଛି :
Marquee – Rs. 1,25,000/-
Category-A – Rs. 1,00,000/-
Category-B - Rs. 75,000/-
Category-C – Rs. 50,000/-
Category-D – Rs. 40,000/-