ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ। ଏସ.ଡି ଫିଲ୍ମସ ବ୍ୟାନରରେ, ଅଜୟ ପାଢ଼ୀ ଙ୍କ କାହାଣୀ ସହିତ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି l ତେବେ ଭୁବନେଶ୍ୱର ମହାରାଜା ସିନେମା ହଲରେ ବିଗୁଲ ଚଳଚ୍ଚିତ୍ରର ପ୍ରିମିଅର ଶୋ ହୋଇଥିଲା l ଏହି ଶୋ' ରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ପ୍ରଯୋଜକ ଦେବାନନ୍ଦ ବେହେରା, ସହ ପ୍ରଯୋଜକ ଅରବିନ୍ଦ ସାହୁ, ନୀଳାଦ୍ରୀ ତନୟା ଦାସ, ଅଭିନେତା ଦେବା, ପ୍ରସନ୍ନଜିତ, ନାୟିକା ସୁପ୍ରିୟା ନାୟକ, ଏହାସହିତ ଅତିଥି ଭାବେ ସୁକାନ୍ତ ରଥ, ପାର୍ଥସାରଥୀ, ପ୍ରକୃତି ମିଶ୍ର ପ୍ରମୁଖ ଯୋଗଦେଇଥିଲେ l
ଏହି ବିଗୁଲ ଚଳଚ୍ଚିତ୍ରଟି କିଛି ଅଭିଜ୍ଞ ସହିତ ନବାଗତ କଳାକାରଙ୍କୁ ନେଇ ଅଜୟ ପାଢ଼ୀ ନିର୍ମାଣ କରିଛନ୍ତି l ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଥିବା ଭକ୍ତର ଅଗାଢ ବିଶ୍ୱାସକୁ ଏହି ଫିଲ୍ମରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ l ତେବେ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁ ର କାହାଣୀକୁ ନେଇ ଆସିଛି ବିଗୁଲ l
ତେବେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର, ନାୟିକା ସୁପ୍ରିୟା ନାୟକ ଏଥିରେ ଅଭିନୟ କରିଛନ୍ତି l ଏପରିକି କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ଅଜୟ ପାଢ଼ୀ, ଚିତ୍ରନାଟ୍ୟ ଓ ସଂଳାପ ଅମିତ କୁମାର ଦାଶ ନେଇଛନ୍ତି l ଏହି ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୂରଜ ପୁରୋହିତ l ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ l ଜଣାପଡିଲା ଯେ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବାକୁ ଯାଉଛିl ଯେଉଁଥିରେ ଅନୁଭବ ମହାନ୍ତିଙ୍କ ଅଭିନୟ ଦେଖିବେ ଦର୍ଶକ l