ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ମେ’ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ‘ଓଜେଇଇ’ ପରୀକ୍ଷା । ଏହି ଘୋଷଣା ‘ଓଜେଇଇ’ ପକ୍ଷରୁ ପ୍ରକାଶ ପାଇଛି । ଆସନ୍ତା ମେ’ ୬ ତାରିଖରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପରୀକ୍ଷାର ସମୟସୀମା ଦୁଇଘଣ୍ଟା । ଦିନକୁ ୩ଟି ସିଫ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ସକାଳ ୮.୩୦ ରୁ ୧୦.୩୦ ପ୍ରଥମ ସିଫ୍ଟ, ଦିନ ୧୨ଟା ୩୦ରୁ ୨ଟା ୩୦ ଦ୍ୱିତୀୟ ସିଫ୍ଟ, ସାଢ଼େ ୪ରୁ ସାଢ଼େ ୬ ତୃତୀୟ ସିଫ୍ଟରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।