ରାଜ୍ୟବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ଟିମ
Khabar Odisha:ODRAF-Team-taken-charge-for-Jungle-fire-in-Odisha
ଭୁବନେଶ୍ୱର, ମାର୍ଚ୍ଚ 8 (ଖବର ଓଡିଶା) :

ରାଜ୍ୟରେ ଲିଭିବାର ନାଁ ଧରୁନି ଜଙ୍ଗଲରେ ଲାଗିଥିବା ନିଆଁ । ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର । ରାଜ୍ୟବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ଟିମ 

ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁମୁଣ୍ଡି ରେଞ୍ଜର ଅଂଲଳର ୬ଟି ସ୍ଥାନ, ତାଳବନ୍ଧ ରେଞ୍ଜର ୪ଟି, ଗୁଡୁଗୁଡ଼ିଆ ରେଞ୍ଜର ୪ଟି, ବରେହିପାଣି ରେଞ୍ଜର ୩ଟି ଓ ନଅଣା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏହି ନିଆଁ ଲିଭାଇବାକୁ ପୂର୍ବରୁ ଜାମୁଆଣିରେ ଦୁଇଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଆଜି ଚାରୋଟି ଟିମ ଶିମିଳିପାଳକୁ ପଠାଯାଇଥିବାର ସୂଚନା ମିଳିଛି । ତେବେ ଶିମିଳିପାଳର ଆଖପାଖରେ ଥିବା ଗାଁ ଗୁଡିକ କିପରି କ୍ଷତିଗ୍ରସ୍ତ ନହୁଏ ସେଥି ପାଇଁ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗର କର୍ମଚାରୀ ପାଇଁ ତତ୍ପର ଅଛନ୍ତି ।

୯ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ କରିଛନ୍ତି ସରକାର । କମିଟିର ନାଁ ରହିଛି 'ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ' । ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହାର ମୁଖ୍ୟ ଭାବେ ପ୍ରେସମିଟ୍ କରିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି 

 

 

  • Tags:

Subscribe

National International State Sports Entertainment