ଥ୍ରୀଲର ଡ୍ରାମାରେ ପରିପୂର୍ଣ 'ନିକିତା ରୟ' ଫିଲ୍ମଟି ସୋନାକ୍ଷୀ ସିହ୍ନା ନିଜ ଫ୍ୟାନ୍ସଙ୍କୁ ଭେଟି ଦେବାକୁ ଯାଉଛନ୍ତି। ନିକିତା ରୟ ଏକ ମନସ୍ତାତ୍ତ୍ୱିକ ସସପେନ୍ସ ଥ୍ରୀଲର୍ ସିନେମା। ଯେଉଁଥିରେ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ନିକିତାଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯିବେ। ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଅନ୍ୟ କେହି ନୁହେଁ ବରଂ ସୋନାକ୍ଷୀଙ୍କ ଭାଇ କୁଶ ସିହ୍ନା ଦେଇଛନ୍ତି। 'ନିକିତା ରୟ ର ଯେତେବେଳେ ଟ୍ରେଲର ରିଲିଜ ହୋଇଥିଲା ଦର୍ଶକମାନେ ଖୁବ ଭଲ ପାଇବା ଦେଇଥିଲେ।
ତେବେ ଏହି ମୁଭିଟି ଆଜି ଅର୍ଥାତ୍ ୩୦ ମେରେ ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ କୌଣସି କାରଣରୁ ଏବେ ଏହାର ମୁକ୍ତି ତାରିଖକୁ ସ୍ଥଗିତ ରଖାଯାଇଛି। ସୋନାକ୍ଷୀ ସିହ୍ନା ଏକ ପୋଷ୍ଟ ମାଧ୍ୟମରେ ଫିଲ୍ମର ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ତେବେ ଫିଲ୍ମର ପୋଷ୍ଟର ସେୟାର କରି ସୋନାକ୍ଷୀ କ୍ୟାପସନ ଦେଇଛନ୍ତି, "ତୁମର କ୍ୟାଲେଣ୍ଡରରେ ସେଟ କରିଦିଅ ୨୭ ଜୁନ୍, ୨୦୨୫ରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିବ 'ନିକିତା ରୟ'। ତେବେ ସୋନାକ୍ଷୀ ଙ୍କ ଏହି ପୋଷ୍ଟ ପରେ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି'।