ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ। ଅବୈଧ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯିବ, ରେଡ୍ ବେଳେ ଏନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧିବେ। ଏହାଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର୍। ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ଖସି ପାରିବେନି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଏବେ ଅବକାରୀ କର୍ମଚାରୀ ଓ ଅଫିସରଙ୍କୁ ସଶସ୍ତ୍ର ବାହିନୀ କରିବାକୁ ପ୍ରକ୍ରିୟା ଚାଲିଛି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନ ଦେଇଛନ୍ତି।
ଅଧିକ ପଢନ୍ତୁ: ମହାନଦୀ ବିବାଦକୁ ନେଇ ସରକାରଙ୍କ ଉପରେ ବର୍ଷିଲା BJD; ବିଧାନସଭାରେ ବିତର୍କ ପାଇଁ BJP ଦେଲା ଆହ୍ୱାନ