ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର ନିଲମ୍ବିତ ହୋଇଛନ୍ତି । ଏକ ଅଭିଯୋଗ ଆଧାରରେ ବିଜିନେସ୍ ଆଡ଼ମିନିଷ୍ଟ୍ରେସନ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଡ. ସରୋଜ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ ଆଧାରରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ନିଲମ୍ବନର କାରଣ କ’ଣ ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ କଣ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତଥାପି ବିଜିନେସ୍ ଆଡ଼ମିନିଷ୍ଟ୍ରେସନ ବିଭାଗର ଜଣେ ଛାତ୍ରୀ ପ୍ରଫେସରଙ୍କ ବିରୁଦ୍ଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ ବୋଲି କୁହାଯାଉଛି । ଏହା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ସ୍ୱରୂପ ଆଇସିସିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଇସିସିର ତଦନ୍ତ ପରେ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ନିଲମ୍ବନ ଅବଧି ମଧ୍ୟରେ ଆସିଷ୍ଟାଣ୍ଟ୍ ପ୍ରଫେସର ଡ. ସାହୁଙ୍କୁ କୌଣସି କ୍ଲାସରେ ପାଠ ପଢ଼ାଇ ପାରିବେ ନାହିଁ କିମ୍ବା ପ୍ରଶାସନିକ କୋଠାକୁ ଯାଇ ପାରିବେ ନାହିଁ । କେବଳ ପିଜି କାଉନସିଲ୍ କାର୍ଯ୍ୟାଳୟରେ ରହିବେ । କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ପାରିବେ ନାହିଁ । ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ଆଇସିସିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।