ନୂଆଦିଲ୍ଲୀ: ନାଗରିକତା ନେଇ ବିବାଦରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ । ଭାରତର ନାଗରିକତା ପୂର୍ବରୁ ଭୋଟର ତାଲିକାରେ ନାଁ ରହିବା ବିବାକୁ ନେଇ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶନିବାର ରାଜଉ ଏଭେନ୍ୟୁ କୋର୍ଟରେ ନିଜ ବିରୋଧରେ ଦାଖଲ ରିଭିଜନ ପିଟିସନ ଉପରେ ଲିଖିତ ଜବାବ ଦାଖଲ କରିଛନ୍ତି । ସୋନିଆଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଅଦାଲତ ଫେବୃଆରୀ ୨୧ରେ ପରବର୍ତ୍ତୀ ଶୁଣାଣି କରିବେ ।
ଏହି ରିଭିଜନ ପିଟିଶନ ଓକିଲ ବିକାଶ ତ୍ରିପାଠୀଙ୍କ ପକ୍ଷରୁ ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଛି । ଏହା ପୂର୍ବରୁ ମାଜିଷ୍ଟ୍ରେଟ କୋର୍ଟ ୨୦୨୫ ସେପ୍ଟେମ୍ବରରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ରୁଜୁ ମୋକଦ୍ଦମାର ଯାଞ୍ଚ କରାଇବା ଦାବି ଯାଚିକାକୁ ଖାରଜ କରିଥିଲେ ।
ସୋନିଆ ଗାନ୍ଧୀଙ୍କ ବିରୋଧରେ ଦାଖଲ ଯାଚିକାରେ ଅଭିଯୋଗ କରାଯାଇଛି ଯେ, ସେ ୧୯୮୩ ଏପ୍ରିଲ ୩୦ରେ ଭାରତୀୟ ନାଗରିକତା ହାସଲ କରିଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କ ନାଁ ୧୯୮୦ରେ ନୂଆଦିଲ୍ଲୀର ଭୋଟର ତାଲିକାରେ ଥିଲା । ଯାଚିକାରେ ପ୍ରଶ୍ନ କରାଯାଇଥିଲା ଯେ, ଯେବେ ସେହି ସମୟରେ ତାଙ୍କ ପାଖରେ ଭାରତୀୟ ନାଗରିକତା ନ ଥିଲା ତେବେ କେମିତି ୧୯୮୦ ର ଭୋଟର ତାଲିକାରେ ସୋନିଆଙ୍କ ନାଁ ସାମିଲ୍ କରାଗଲା ।
ଆବେଦନକାରୀଙ୍କ ପକ୍ଷରୁ ମଧ୍ୟ ଏହା ଦାବି କରାଯାଇଛି ଯେ, ୧୯୮୨ରେ ସୋନିଆ ଗାନ୍ଧୀଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି, ଯଦି ନାଁ ସଠିକ ପ୍ରକ୍ରିୟାରେ ସାମିଲ୍ ଥିଲା ହଟାଇବାର ଆବଶ୍ୟକତା କାହିଁକି ପଡିଲା । କେଉଁ ଆଧାରରେ ୧୯୮୦ରେ ତାଙ୍କ ନାଁ ଭୋଟର ତାଲିକାକୁ ଆସିଲା । କଣ ଏଥିପାଇଁ ନକଲି କାଗଜପତ୍ର ବ୍ୟବହାର କରାଯାଇଥିଲା ।
Also read: ‘ହାଉଡି ମୋଦୀ’ ଉପରେ ଭାରି ପଡିଲା ‘ନମସ୍ତେ ଟ୍ରମ୍ପ’, ଟ୍ରେଡ ଡିଲ୍ ଉପରେ କଂଗ୍ରେସର ସରକାରଙ୍କୁ ଆକ୍ଷେପ