କଟକ: ବୃଦ୍ଧ ବୟସରେ ମଧ୍ୟ ହୀନ ମାନସିକତାରେ ପରିବର୍ତ୍ତନ ଆସୁନି । ଚକୋଲେଟ୍ ଦେବା ବାହାନାରେ ଗୋଟିଏ ନାବାଳିକା ଜଣେ ବୃଦ୍ଧ ଅସଦାଚରଣ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଖଣ୍ଟୁଣୀ ଥାନା ରାଧାଦାମୋଦରପୁର ଗାଁରେ । ଏ ନେଇ ଖୁଣ୍ଟୁଣି ଥାନାରେ ଅଭିଯୋଗ ହୋଇଛି ।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ଚତୁର୍ଥ ଶ୍ରେଣୀର ଛାତ୍ରୀ ଜଣେ ଖେଳ ଛୁଟିରେ ଖେଳୁଥିଲେ । ଏହି ସମୟରେ ଜଣେ ବୃଦ୍ଧ ଛାତ୍ରୀ ଜଣକୁ ଚକୋଲେଟ୍ ଦେବା ବାହାନାରେ ପାଖକୁ ଡାକିଥିଲେ । ଏହାପରେ ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ସେଠାରେ ବୃଦ୍ଧ ବ୍ୟକ୍ତି ଛାତ୍ରୀଙ୍କୁ ଅସଦାଚରଣ କରିବା ସମୟରେ ସେ କୌଶଳ କ୍ରମେ ଖସି ପଳାଇ ଆସିଥିଲା । ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।