ନୂଆଦିଲ୍ଲୀ: ଦେଶର ଡିଜିଟାଲ୍ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଆପ୍ ଆଧାରିତ କ୍ୟାବ ଓ ଡେଲିଭର ଡ୍ରାଇଭର ଆଜି ସମଗ୍ର ଦେଶରେ ହଡତାଳ କରୁଛନ୍ତି । ଓଲା, ଉବେର, ରାପିଡୋ ଓ ପୋର୍ଟର ପରି ବଡ ପ୍ଲାଟଫର୍ମ ସହ ଜଡିତ ଲକ୍ଷାଧିକ ଡ୍ରାଇଭର ଅତ୍ୟଧିକ ଶୋଷଣ ଓ ଆୟର ଅସୁରକ୍ଷା ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଶନିବାର ସକାଳୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ପରି ମହାନଗରରେ ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ହଡତାଳର ସବୁଠୁ ବଡ ପ୍ରମୁଖ କାରଣ କେନ୍ଦ୍ର ସରକାର ଦ୍ୱାରା ଜାରି ମୋଟର ବାହନ ଏଗ୍ରିଗେଟର ଗାଇଡଲାଇନ ୨୦୨୫ର ଠିକରେ ଲାଗୁ ନ ହେବା । ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି ଯେ, ଏହି ଗାଇଡଲାଇନ ସତ୍ତ୍ୱେ କମ୍ପାନି ନିଜ ଇଚ୍ଛାରେ ଭଡା ସ୍ଥିର କରୁଛନ୍ତି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଲେଖା ଯାଇଥିବା ପତ୍ରରେ ସଂଘ ନିଜର ବ୍ୟଥା ବ୍ୟକ୍ତ କରି କହିଛି ଯେ, ସରକାରଙ୍କ ଦ୍ୱାରା ଭଡାକୁ ନେଇ କୌଣସି ଢାଞ୍ଚା କି ଗାଇଡଲାଇନ ନ ଥିବାରୁ କମ୍ପାନିମାନେ ଏକତରଫ ଭାବେ ଭଡା ସ୍ଥିର କରୁଛନ୍ତି । ଏଥିରେ କୋଟି କୋଟି ଶ୍ରମିକଙ୍କ ଆୟ ଅସୁରକ୍ଷାରେ ପଡି ଯାଉଛି । ଏଗ୍ରିଗେଟର୍ସ ମାଲାମାଲ ହେଉଥିବା ବେଳେ ଡ୍ରାଇଭରଙ୍କୁ ନିଜର ଉପଯୁକ୍ତ ପ୍ରାପ୍ୟ ମି ମିଳୁନି ।
କଣ ରହିଛି ଦାବି
- ତେଣୁ ସରକାର ତୁରନ୍ତ ଆପ୍ ଆଧାରିତ ସେବା ପାଇଁ ସର୍ବନିମ୍ନ ଆଧାର ଭଡା ସ୍ଥିର କରନ୍ତୁ । ଏହି ଭଡା ୨୦୨୫ର ଗାଇଡଲାଇନ ଅନୁସାରେ ସଂଘ ସହିତ ପରାମର୍ଶ କରିବା ପରେ ସ୍ଥିର ହେବା ଉଚିତ ।
- ପାରଦର୍ଶୀ ଭଡା ପ୍ରଣାଳୀ ସୁନିଶ୍ଚିତ କରିବା ପାଇଁ ସରକାର ଏକ ପର୍ଯ୍ୟବେକ୍ଷକ ନିଯୁକ୍ତି କରୁଛନ୍ତି, ଯାହା କମ୍ପାନିର ଗତିବିଧି ଉପରେ ନଜର ରଖିବ ।
- ଧଳା ନମ୍ବର ପ୍ଲେଟ ବିଶିଷ୍ଟ ଗାଡିର କର୍ମସିଆଲ ବ୍ୟବହାର ତୁରନ୍ତ ବନ୍ଦ କରାଯାଉ । କାରଣ ଏଥିରେ ହଳଦିଆ ନମ୍ବର ପ୍ଲେଟ ବିଶିଷ୍ଟ ଡ୍ରାଇଭରଙ୍କ ଆୟ ଉପରେ ସିଧାସଳଖ ପ୍ରଭାବ ପଡୁଛି ।
Also read: ‘ହାଉଡି ମୋଦୀ’ ଉପରେ ଭାରି ପଡିଲା ‘ନମସ୍ତେ ଟ୍ରମ୍ପ’, ଟ୍ରେଡ ଡିଲ୍ ଉପରେ କଂଗ୍ରେସର ସରକାରଙ୍କୁ ଆକ୍ଷେପ