ଏଣିକି ମାଦକ ଦ୍ରବ୍ୟରେ'ଭାଙ୍ଗ'କୁ ସାମିଲ କରାଗଲା । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶା ଅବକାରୀ ଆଇନ ୨୦୦୮ ତଥା ଓଡିଶା ଆଇନ ଧାରା ୧୦,୨୦୧୩ର ୨-ଟି ଦ୍ୱାରା ଅନୁଯାୟୀ ଏହା ଏକ ମାଦକ ଦ୍ରବ୍ୟ ଭାବେ ଦର୍ଶାଯାଇଛି।
ସୂଚନା ଯୋଗ୍ୟ ରାଜ୍ଯ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାଙ୍ଗକୁ ଖାଦ୍ୟ ଓ ପାନୀୟରେ ମିଶାଇ ଏକ ମନଉତ୍ତେଜକ ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ। ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ। ତେଣୁ ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର 'ଭାଙ୍ଗ'କୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।
ସାଧାରଣତଃ ହୋଲି ଏବଂ ବିଭିନ୍ନ ପର୍ବପର୍ବାଣୀରେ ଭାଙ୍ଗ ଯୋଗୁଁ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟୁଥିବା ଆମେ ଦେଖିଥାଉ ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।