ହତ୍ୟା ନା ଆତ୍ମହତ୍ୟା ? ହୋଟେଲ୍ ରୁମ୍ରୁ ମିଳିଲା ମହିଳାଙ୍କ ମୃତଦେହ ପୁରୀ,ସେପ୍ଟେମ୍ବର ୨୯(ଖବର ଓଡିଶା): Share story: ପୁରୀ ହୋଟେଲ ମେ ଫେୟାର ୱେଭସରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ସୂଚନା ଅନୁସାରେ, ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ। ହୋଟେଲ ରୁମ ନମ୍ବର ୧୧୧୧ ରେ ରାତିରେ ଚେକ୍ ଇନ୍ କରିଥିଲେ। ତେବେ ରାତିରେ କଲ ରିସିଭ ନ କରିବା ସହ କବାଟ ନ ଖୋଲିବାରୁ ସନ୍ଦେହ କରି ରୁମ ଖୋଲାଯିବା ପରେ ତାଙ୍କ ମୃତଦେହ ପଡିରହିଥିବା ଜଣାପଡିଥିଲା। ଖବର ଓଡ଼ିଶା, Reporter, 29/09/2022