ନୂଆବର୍ଷରୁ ରାଜଧାନୀରେ ହତ୍ୟା: ଭୋଜି ବେଳେ ମାରପିଟ୍ ,ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ
Khabar Odisha:Murder-in-the-capital-since-the-New-Year-Fighting-at-a-party-killing-a-young-man-at-the-scene
ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା):

ନୂଆବର୍ଷ ଆରମ୍ଭ ରୁ ଏକ ହତ୍ୟା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଉପକଣ୍ଠ  ସୁନ୍ଦରପଦା ନୂଆସାହିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।

ଖବରପାଇ ଏୟାରଫିଲ୍ଡ ଥାନା ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ଜାରି ରଖିଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳର ଦିପୁ ରାଉତ ।

ଗତକାଲି ବିଳମ୍ବିତ ରାତିରେ ନୂଆବର୍ଷ ପାଇଁ ଭୋଜି କରୁଥିବା ସମୟରେ ଏପରି ଘଟଣା ଘଟିଛି କୁହାଯାଉଛି । ସୁଚନା ଅନୁସାରେ ନୂଆ ସାହି ଅଞ୍ଚଳର କିଛି ଯୁବକ ଭୋଜି କରୁଥିବା ବେଳେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ ।

ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା। ହେଲେ ହଠାତ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । 

  • Tags:

Subscribe

National International State Sports Entertainment