କଟକ: ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଛନ୍ତି ୧୫ରୁ ଅଧିକ ଗାଈ । ଗତକାଲି ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀର ଜଳସ୍ତର ବଢିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁ ଆଉ ଆସିପାରିନଥିଲେ । ୧୫ରୁ ଅଧିକ ଗାଈ ଏବେବି ଫସିରହିଛନ୍ତି। ଡମପଡା ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଗତକାଲି କଟକ ତ୍ରିଶୁଳିଆ ବ୍ରିଜ୍ ନିକଟରେ ମଧ୍ୟ ଗୋରୁ ପଲ ଯାଇ ଫଶିଯାଇଥିଲେ । ୨୦ରୁ ଅଧିକ ଗୋରୁ ଫସି ରହିଛନ୍ତି । ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁମାନେ ଫସି ରହିଥିଲେ । ଏବେ ହୀରାକୁଦ ଗେଟ୍ ଖୋଲାରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି ।