ଏସିଆ କପ୍ ହକି ଫାଇନାଲ୍ରେ ଭାରତର ଦମଦାର ବିଜୟ। ଗତ ଥରର ବିଜେତା ଦକ୍ଷିଣ କୋରିଆକୁ ୪-୧ରେ ହରାଇଲା ଟିମ୍ ଇଣ୍ଡିଆ। ୨ଟି ଗୋଲ୍ ଦେଇଥିବା ଦିଲ୍ପ୍ରୀତ ସିଂହଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା। ଅମିତ ରୋହିଦାସ ଓ ଦିଲ୍ପ୍ରୀତ ସିଂହଙ୍କ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଚତୁର୍ଥ ଥର ପାଇଁ ଭାରତ ନାଁରେ ରହିଲା ଏସିଆ କପ୍ ହକି ଟାଇଟଲ୍ । ହରମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୀର୍ଘ ୮ ବର୍ଷ ଅପେକ୍ଷା ପରେ ପୁରୁଷ ହକି ଏସିଆ କପ୍ ଟାଇଟଲ ଜିତିଛି। ରାଜଗିରରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ, ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ଏକତରଫା ଭାବରେ ୪-୧ ଗୋଲରେ ପରାସ୍ତ କରିଛି ।
ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ଏବଂ ବେଲଜିୟମରେ ଖେଳାଯିବାକୁ ଥିବା FIH ପୁରୁଷ ବିଶ୍ୱକପ୍ ୨୦୨୬ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।