ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି । ଆୟୋଜକ ୟୁଏଇ ଓ ଭାରତ ବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ ଓ ହଂକଂ ଅଂଶ ଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅନେକ କ୍ରିକେଟ୍ ସମୀକ୍ଷକ ଭିନ୍ନ ଭିନ୍ନ ପ୍ରକାରର ଭବିଷ୍ୟତବାଣୀ କରି ଚାଲିଛନ୍ତି । ଏହି କ୍ରମରେ ପୂର୍ବତନ ଭାରତୀୟ ଖେଳାଳି ତଥା ଭାଷ୍ୟକାର ଆକାଶ ଚୋପ୍ରା ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତାଠୁ ନେଇ ସର୍ବାଧିକ ସ୍କୋରର ଏବଂ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରକୁ ନେଇ ବଡ ଭାବିଷ୍ୟତବାଣୀ କରିଛନ୍ତି ।
ଆକାଶ ଚୋପ୍ରାଙ୍କ ଅନୁସାରେ ଏଥର ଏସିଆ କପ୍ ଟିମ୍ ଇଣ୍ଡିଆ ଜିତିବ । ହେଲେ ଫାଇନାଲରେ ଶ୍ରୀଲଙ୍କା କିମ୍ବା ପାକିସ୍ତାନ ପ୍ରବେଶ କରିବ ନାହିଁ ବରଂ ଭାରତ ସହିତ ଟାଇଟଲ୍ ମ୍ୟାଚରେ ମୁହାଁମୁହିଁ ହେବ ଆଫଗାନିସ୍ତାନ । ଆଫଗାନିସ୍ତାନ ବିଗତ କିଛି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛି ।
ଆକାଶଙ୍କ ମତରେ ଓପନର ଅଭିଷେକ ଶର୍ମା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ହ ହେବେ । ଆଉ ସର୍ବାଧିକ ୱିକେଟ ବରୁଣ ଚକ୍ରବର୍ତ୍ତୀ ନେବେ । ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବି ଭାରତର ରହିବେ । ଏହି ଖେଳାଳି ଆଉ କେହି ନୁହନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲି ଆକାଶ କହିଛନ୍ତି ।
ସୂଚନାଯୋଗ୍ୟ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୬କୁ ଦୃଷ୍ଟିରେ ରଖି ଏସିଆ କପ୍ ୨୦୨୫ ଟି-୨୦ ଫର୍ମାଟରେ ଖେଳା ଯାଉଛି । ତୃତୀୟ ଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ୨୦୧୬ରେ ପ୍ରଥମ ଥର ଏସିଆ କପ୍ ୨୦-୨୦ ଓଭର ଖେଳା ଯାଇଥିଲା । ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା । ଆଉ ଦ୍ୱିତୀୟ ଟି-୨୦ ଫର୍ମାଟର ଏସିଆ କପ୍ ୨୦୨୨ରେ ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା ।
Also read: ଅବସର ପରେ ଫେରିଲେ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ କ୍ରିକେଟର ରସ୍ ଟେଲର, ପିନ୍ଧିବେ ନୀଳ ଜର୍ସି