ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କୁ ନେଇ ଆସିଛି ବଡ ଖବର । ବିସିସିଆଇ ପକ୍ଷରୁ ଆୟରଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ବିସିସିଆଇର ବରିଷ୍ଠ ପୁରୁଷ ଚୟନକର୍ତ୍ତା ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳା ଯିବାକୁ ଥିବା ବହୁ ଦିବସୀୟ ମ୍ୟାଚ୍ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା କରିଛି । ଦଳର ଅଧିନାୟକ ଦାୟିତ୍ୱ ଅନୁଭବୀ ଶ୍ରେୟସ ଆୟରଙ୍କୁ ଦିଆଯାଇଛି ।
ପ୍ରଥମ ମ୍ୟାଚ୍ ପରେ ଦଳରେ କେଏଲ ରାହୁଲ ଓ ମହମ୍ମଦ ସିରାଜ ସାମିଲ ହେବେ । ଉଭୟ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ସ୍କ୍ୱାର୍ଡରୁ ଦୁଇ ଖେଳାଳିଙ୍କୁ ପରେ ବାଦ୍ ଦିଆଯିବ । ଏହି ସିରିଜ୍ ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୩ରେ ଖେଳାଯିବ । ଏହି ସିରିଜ ଭାରତୀୟ ଖେଳାଳିଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଟେଷ୍ଟ ସ୍ତରରେ ନିଜର କ୍ଷମତା ପ୍ରମାଣିତ କରିବା ପାଇଁ ଖେଳାଳିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ଏସିଆ କପ୍ ୨୦୨୫ ଭାରତୀୟ ଦଳରେ ଶ୍ରେୟସ ଆୟରଙ୍କ ଚୟନ ନ ହେବା ନେଇ ଏବେ ବି ଚର୍ଚ୍ଚା ଚାଲିଛି । ତାହା ମଧ୍ୟରେ ଆୟରଙ୍କୁ ଭାରତୀୟ ଏ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ଦଳରେ ଅନେକ ତାରକା ଖେଳାଳିଙ୍କୁ ସ୍ଥାନ ମିଳିଛି ।
ଅଷ୍ଟ୍ରେଲିଆ ଏ ବିପକ୍ଷରେ ଇଣ୍ଡିଆ ଏର ସ୍କ୍ୱାର୍ଡ
ଶ୍ରେୟସ ଆୟର(ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ଏଲ ଜଗଦୀଶନ(ୱିକେଟ୍ କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ(ଉପ ଅଧିନାୟକ ଓ ୱିକେଟ୍ କିପର ), ଦେବଦତ୍ତ ପାଡିକଲ, ହର୍ଷ ଦୁବେ, ଆୟୁଷ ବାଦୋନୀ, ନିତୀଶ କୁମାର ରେଡ୍ଡୀ, ତନୁଷ କୋଟିୟାନ, ପ୍ରସିଦ୍ଧ କୃଷ୍ଣ, ଗୁର୍ନୁର ବରାଡ, ଖଲିଲ ଅହମ୍ମଦ, ମାନବ ସୁଥାର, ୟଶ ଠାକୁର ।