ଢେଙ୍କାନାଳ : କେନାଲରେ ପଶିଲା ଦନ୍ତା। ଏଭଳି ଅଭାବନୀୟ ଦୃଶ୍ୟ ଢେଙ୍କାନାଳ ସଦର ରେଞ୍ଜ ହଳଦିଆବାହାଳ ନିକଟରେ ଥିବା କେନାଲରେ ଦେଖିବାକୁ ମିଳିଛି ।
ରେଙ୍ଗାଲୀ କେନାଲ ମଧ୍ୟରେ ଦୀର୍ଘ ସମୟ ଧରି ହାତୀଟି ରହିବା ପରେ ବାହାରିବା ପାଇଁ ଚେଷ୍ଟା କରିଥିଲା।କେନାଲରେ ଅଧିକ ପାଣି ଥିବାରୁ ବାହାରିବାକୁ ସଙ୍ଘର୍ଷ କରିଥିଲା ହାତୀ। ଶେଷରେ ନିଜସ୍ଵ ପ୍ରଚେଷ୍ଟାରେ କେନାଲ ମଧ୍ୟରୁ ବାହାରିଥିଲା।କେନାଲରୁ ବାହାରି ଦନ୍ତା ହାତୀଟି ଏବେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଜଣାପଡିଛି। ତେବେ ଭୁଲ ବଶତଃ ହାତୀଟି କେନାଲ ଭିତରକୁ ପଶି ଯାଇଥିବା ଅନୁମାନ କରାଯାଉଛି। କେନାଲରେ ପଶିବା ପରେ ଖବରପାଇ ବନ କର୍ମଚାରୀ ଓ ନିକଟସ୍ଥ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
ସୂଚନା ଥାଉ କି ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ନଦୀର ପାଣି ଭର୍ତ୍ତି ରହିଛି । ତେବେ ଢେଙ୍କାନାଳରେ ରେଙ୍ଗାଳୀ କେନାଲରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଏହି କେନାଲ ପାଖରେ ଥିବା ରାସ୍ତା ଦେଇ ଦନ୍ତା ହାତୀ ଯାଉଥିବାବେଳେ ଅଚାନକ ଖସିପଡିଥିଲା ।