କଟକ : ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ବ୍ଯବସ୍ଥା ଅନୁଯାୟୀ ହେବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ଦୁଇଟି ପରୀକ୍ଷା ପରିଚାଳନା ସଂସ୍ଥାର କୌଶଳକୁ ଅନୁଧ୍ୟାନ କରାଯାଇଛି ।
ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ଯିବ । ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ପରୀକ୍ଷା କରାଯିବ । ରାଜ୍ୟର ୧୯୩ଟି କେନ୍ଦ୍ରରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ । ଯାହା ପ୍ରଶ୍ନପତ୍ର ଢାଞ୍ଚା ରହିଥିଲା ସେହି ଅନୁଯାୟୀ ଏବଂ ସେହି ସେଣ୍ଟରରେ ପରୀକ୍ଷା ହେବ ।
ବୋର୍ଡ ସଭାପତି ଆହୁରି ସୂଚନା ଯେ, ପରୀକ୍ଷା ପରିଚାଳନାରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଉପରେ ବି କଡା ନଜର ରହିଛି । ବ୍ୟବସ୍ଥାରେ ଆହୁରି କିଛି ନୂଆ କଥା ଯୋଡ଼ାଯାଇଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଅବଗତ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।