ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ସରକାର ଦୁଇ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ସମସ୍ତ ବାକି ନିଯୁକ୍ତି ଶେଷ କରାଯିବ। ସେ କହିଛନ୍ତି ଯେ ଆସନ୍ତା ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହା ପୂର୍ବରୁ ନିଗମ ଓ ବୋର୍ଡରେ ଥିବା ସମସ୍ତ ଖାଲି ପଦରେ ନିଯୁକ୍ତି ହେବ।
ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଶୀଘ୍ର ନିଯୁକ୍ତି ସମାପ୍ତ ହେବ ବୋଲି ସେ ଜଣାଇଛନ୍ତି। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଷୟରେ ସେ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା ପରେ ଏହାର ନିଷ୍ପତ୍ତି ହେବ।
ସରକାରର କାମକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିର ପ୍ରାୟ ୮୦ ପ୍ରତିଶତ ପୂରଣ ହୋଇସାରିଛି। ବାକି କାମ ମଧ୍ୟ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ। ସରକାର ଶୀଘ୍ର ନିଯୁକ୍ତି ଓ ଅନ୍ୟ ପ୍ରତିଶ୍ରୁତି ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।