ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା Odisha Joint Entrance Examination (OJEE)-୨୦୨୬ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ମେ’ ୪ରୁ ଆରମ୍ଭ ହୋଇ ମେ’ ୧୦ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ସକାଳ ୯ଟାରୁ ଆରମ୍ଭ କରି ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଦିନକୁ ୩ଟି ସିଫ୍ଟରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡରେ ହେବାକୁ ଥିବାରୁ ଡିଜିଟାଲ୍ ପ୍ଲାଟଫର୍ମରେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
ପ୍ରଥମ ଦିନରୁ ଆରମ୍ଭ ହେବ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା, ଯାହା ତିନୋଟି ସିଫ୍ଟରେ ହେବ। ପରବର୍ତ୍ତୀ ଦିନଗୁଡିକରେ ବି.ଫାର୍ମା, ଏମ୍ବିଏ, ଇଣ୍ଟିଗ୍ରେଟେଡ୍ କୋର୍ସ, ଏଲଇ ଟେକ୍, ଏମ୍ସିଏ ପର୍ଯ୍ୟନ୍ତ ବିଭିନ୍ନ କୋର୍ସ ପାଇଁ ପରୀକ୍ଷା ଧାରାବାହିକ ଭାବେ ହେବ।
ବିଶେଷ କଥା ହେଲା, ଆଡମିଟ୍ କାର୍ଡ ଏବେ ୱେବସାଇଟରେ ଉପଲବ୍ଧ ରହିଛି। ତେଣୁ ପ୍ରାର୍ଥୀମାନେ ତୁରନ୍ତ ଡାଉନଲୋଡ୍ କରି ସମସ୍ତ ଡିଟେଲ୍ ଯାଞ୍ଚ କରିନିଅନ୍ତୁ।
ଏହି ପରୀକ୍ଷା ହେଉଛି ଅନେକଙ୍କ ସ୍ୱପ୍ନର ଦ୍ୱାର। ଇଞ୍ଜିନିୟରିଂ ହେଉ କି ମ୍ୟାନେଜମେଣ୍ଟ, ମେଡିକାଲ୍ କିମ୍ବା ଟେକ୍ନୋଲୋଜି..ଏହି ପରୀକ୍ଷା ନିର୍ଣ୍ଣୟ କରିବ ଆଗାମୀ କ୍ୟାରିୟରର ଦିଗ। ତେଣୁ ଏବେ ସମୟ ଆସିଛି ରିଭିଜନ୍, ମକ୍ ଟେଷ୍ଟ ଓ ସମୟ ପରିଚାଳନାର।
ଅଧିକ ପଢନ୍ତୁ: ଖୁବଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ