ଓଡ଼ିଶାର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଖୁବ୍ ଶୀଘ୍ର ଆସିବ ଫଳାଫଳ। ପରୀକ୍ଷା ପରିଚାଳନା ଠିକ୍ ଢଙ୍ଗରେ ହୋଇଥିଲା। ତ୍ରୁଟି ବିହୀନ ପରୀକ୍ଷା ପରିଚାଳନା ପରେ ଖୁବଶୀଘ୍ର ପିଲାଙ୍କ ରେଜଲ୍ଟ ବାହାରିବ। ଯଥା ସମୟରେ ପ୍ରକାଶ ପାଇବ ରେଜଲ୍ଟ।
ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ, ପରୀକ୍ଷା ପରିଚାଳନା ସୁଚାରୁ ଓ ତ୍ରୁଟିବିହୀନ ଭାବେ ସମ୍ପନ୍ନ ହୋଇଛି। ତେଣୁ ଫଳାଫଳ ମଧ୍ୟ ସମୟମତେ ପ୍ରକାଶ ପାଇବ ବୋଲି ଆଶା ବଢ଼ିଛି।
ଏହା ସହ ରାଜ୍ୟରେ ବଢ଼ୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦେଖି ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସତର୍କତା ସହ ଖରା ଛୁଟି ସମୟରେ ଘରେ ରହି ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଏବେ ସମସ୍ତଙ୍କ ଆଖି ରେଜଲ୍ଟ ଉପରେ କେବେ ଆସିବ ଫଳାଫଳ, କେମିତି ହେବ ପରିଣାମ, ତାହାକୁ ନେଇ ଉତ୍ସାହ ବଢିଛି।