ରାୟଗଡ଼ା: ରାୟଗଡା ବ୍ଲକ କୁଲି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । କୁଲି ପଞ୍ଚାୟତର ସରପଞ୍ଚଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତ ମହିଳା ସରପଞ୍ଚ ମାଙ୍ଗି କାଡ୍ରାକା।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ କୁଲି ପଞ୍ଚାୟତ ସରପଞ୍ଚ ମାଙ୍ଗି କାଡ୍ରାକା ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା । ସେ ଜୋରରେ ଚିତ୍କାର କରିଥିଲେ । ଘର ଲୋକ ଉଠିପଡ଼ି ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।