ଏକ ବିକଶିତ ଭାରତର ଦୂରଦୃଷ୍ଟି ସହିତ ମୋଦୀଙ୍କ ଗ୍ୟାରେଣ୍ଟି ଯାନ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚୁଛି । ଏହା ଓଡିଶାର ହଜାର ହଜାର ଗାଁ ଓ ସହରରେ ଏକ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି । ଏଥିରେ ଲୋକଙ୍କୁ ସୂଚନା ଦିଆଯାଉଛି ଯେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ସେ ଡିଜିଟାଲ୍ ଇଣ୍ଡିଆ ହେଉ, କିମ୍ବା ସ୍ୱଚ୍ଛ ଭାରତ ଅଭିଯାନ ଲୋକମାନେ ସବୁଥିରେ ନିଜର ସମର୍ଥନ ଦେଇଛନ୍ତି । ଲୋକମାନେ ବିକାଶ ଭାରତ ସଂକଳ୍ପ ଯାତ୍ରାର ରଥ ବା ମୋଦୀ ଗ୍ୟାରେଣ୍ଟି ରଥ ନିକଟରେ ଭିଡ଼ ଜମାଇ, ଉତ୍ସାହର ସହିତ ସଂଗଠିତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଛନ୍ତି । ଏହି ପରିପ୍ରକ୍ଷିରେ ବୁଧବାର ଦେଓଗଡ଼ ଜିଲ୍ଲା ବିଜେପି ପାର୍ଟି ଅଫିସ ଠାରେ ଏକ ବିକଶିତ ଭାରତ ରଥ ମାଧ୍ୟମରେ ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ଏକ ପ୍ରୟାସ ଆରମ୍ଭ ହୋଇଛି । ରଥଟି ଦେବଗଡ ର ସମସ୍ତ ଅଞ୍ଚଳରେ ବୁଲିବା ସହିତ ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ।
ଅଧିକ ପଢନ୍ତୁ : ଗୁଣୁପୁରରେ ପୁଣି ରଘୁନାଥ ନା ଫେରିବେ ତ୍ରିନାଥ !