କିଛି ଦିନର ବ୍ୟବଧାନରେ ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ସବୁ ଦଳରେ ଚାଲିଲାଣି ଅଙ୍କ କଷାକଷି । ତବେ ୨୦୨୪ ନିର୍ବାଚନରେ କିଏ ଜିତିବ ଗୁଣୁପୁର ରଣଭୂମି ? ୨୦୦୯ ପରଠୁ ବିଜେଡି ଦଖଲରେ ଥିବା ଏ ଆସନରେ ଏଥର କିଏ ଜିତିବ ଏନେଇ ପ୍ରଶ୍ନବାଚୀ ? ନା ବିଜେଡିର ସମ୍ଭାବ୍ୟ ଟିକେଟ୍ କଳିରୁ ଫାଇଦା ଉଠାଇ ବିଜେପି ?
ରାୟଗଡ଼ା ଜିଲ୍ଲାର ଗୁଣୁପୁର ନିର୍ବାଚନ ମଣ୍ଡଳୀ ସଦା ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଳେ ,ଦଳ କାହାକୁ ପାର୍ଥି କରିବ ଏ ନେଇ ତିନୋଟି ପ୍ରମୁଖ ଦଳ ମଧ୍ୟରେ ଲାଗିଛି ଛକାପଞ୍ଝା । ନିର୍ବାଚନ ଯେତିକି ପାଖେଇ ଆସୁଛି,କର୍ମୀଙ୍କ ମନରେ ସେତିକି ଛନକା ପଶୁଛି । ଏହାରି ଭିତରେ ଦିନକୁ ଦିନ ବିଜେଡି କର୍ମୀଙ୍କ ମନରେ ତୀବ୍ର ଅସନ୍ତୋଷ ବଢିବା ସହିତ ଗୋଷ୍ଟି କନ୍ଦଳ ମଧ୍ୟ ବଢିଛି । ସାଧାରଣରେ ଚର୍ଚ୍ଚା ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗୋଙ୍କୁ ଦଳ ରିପିଟ କରିନପାରେ । ତବେ ରଘୁନାଥ କଂଗ୍ରେସ ସହିତ ଇଣ୍ଟରଲୀଙ୍କରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ପୂର୍ବତନ ବିଧାୟକ ତ୍ରିନାଥ ଗୋମାଙ୍ଗୋଙ୍କୁ ଦଳ ଟିକେଟ ନଦେଇ ନୂଆ ଚେହେରା ରଘୁନାଥ ଗୋମାଙ୍ଗୋଙ୍କୁ ସାମ୍ନାକୁ ଆଣିଥିଲା ତେଣୁ ତ୍ରିନାଥ ଗୋମାଙ୍ଗୋ ସ୍ଵାଧୀନ ପ୍ରାର୍ଥୀରେ ଲଢି ୨୬୩୨୧ ଭୋଟ ହାତେଇ ଥିଲେ । ତବେ ଗୁଣୁପୁର ରାଜନୀତି ଇତିହାସରେ ଦଳ କୌଣସି ପାର୍ଥିଙ୍କୁ ରିପିଟ୍ ନକରି ସର୍ବଦା ଏକ ନୂଆ ଚେହେରା ସାମ୍ନାକୁ ଆଣିଛି । ୨୦୨୪ ରେ ଦଳର ଷ୍ଟାଟେଜି କଣ ରହିବା ତାହାନେଇ କର୍ମୀଙ୍କ ମନରେ ଆଲୋଚନା ଥିବା ବେଳେ ନିର୍ବାଚନରେ ବିଜେଡି ଟିକେଟକୁ ନେଇ ଦଳ ଭିତରେ ବିଗ୍ ଫାଇଟ୍ ହେବାର ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ : ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ