ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଛଅ ବର୍ଷୀୟ ନାବାଳିକାକୁ ଅସଦାଚରଣ ମାମଲାର ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ପରଜଙ୍ଗ ଅଂଚଳର ଅଭିଯୁକ୍ତ କାମାକ୍ଷା ନାୟକକୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।
ସୂଚନା ଅନୁଯାୟୀ ୨୦୧୯ ମସିହା ଡିସେମ୍ବର ୨୩ ତାରିଖରେ ଜଣେ ୬ ବର୍ଷର ନାବାଳିକା ଅସଦାଚରଣ ହୋଇଥିବା ପରଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ନାବାଳିକାକୁ ଅସଦାଚରଣ କରିବା ସହ ଜୀବନରେ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୁକ୍ତ ନିଜେ ପ୍ରକାଶ କରିଛି । ଘଟଣାକୁ ନେଇ ନାବାଳିକାର ମାଆ ପରଜଙ୍ଗ ଥାନାରେ ଏତଲା ଦାୟାର କରିଥିଲେ । ପରେ ପୋକ୍ସୋ କୋର୍ଟରେ ମାମଲା ରୁଜୁ ହୋଇ ଅଭିଯୁକ୍ତ କାମାକ୍ଷାକୁ କୋର୍ଟ ଚାଲାଣ କରାଯାଇଥିଲା। ପିଡିତାଙ୍କୁ କ୍ଷତିପୂରଣ ବାବଦରେ ତିନି ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।