ନୂଆଦିଲ୍ଲୀ: ବିଶାଖାପଟନରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫ୍ଲାଇଟର ଇଞ୍ଜିନ ଫେଲ୍ ହେବାରୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି । ସୂଚନା ମୁତାବକ ପୂର୍ବାହ୍ନ ୧୦ଟା ୫୯ ମିନିଟରେ ଏମରଜେନ୍ସି କଲ୍ ଆସିବା ପରେ ବିମାନର ସୁରକ୍ଷିତ ଅବତରଣ କରାଯାଇଛି । ଇଣ୍ଡିଗୋ ୬ଇ ୫୭୯ର ଏହି ବିମାନ ବୋଇଙ୍ଗ ୭୩୭ ଥିଲା । ଏଥିରେ ୧୬୧ ଯାତ୍ରୀ ଥିଲେ । ପ୍ରାରମ୍ଭିକ ସୂଚନା ଅନୁସାରେ ଫ୍ଲାଇଟର ଇଞ୍ଜିନରେ ତ୍ରୁଟି ଦେଖିବାକୁ ମିଳିଥିଲା । ଏହା ପରେ ପାଇଲଟ୍ ଏୟାରପୋର୍ଟଠୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ ।
ଅଗ୍ନିଶମ ବିଭାଗ ଅନୁଯାୟୀ, ବିମାନର ସମସ୍ତ ୧୬୧ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ପ୍ରକାରର କ୍ଷୟକ୍ଷତି ସୂଚନା ନାହିଁ । ଏମରଜେନ୍ସିର ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବିଭାଗ ତୁରନ୍ତ ଦମକଳ ଗାଡି ଘଟଣାସ୍ଥଳକୁ ପଠାଇଥିଲା ଏବଂ ବିମାନର ସୁରକ୍ଷିତ ଅବତରଣ କରାଯାଇଥିଲା । ଏହି ସମୟରେ ରନୱେରେ ଚାରିପଟେ ଫାୟର ବ୍ରିଗେଡର ଗାଡି ଓ ଆମ୍ବୁଲାନ୍ସ ଥିଲା । ଲ୍ୟାଣ୍ଡିଂ ପରେ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ।
ଦୁଇ ଦିନ ପୂର୍ବେ ଇଣ୍ଡିଗୋ ଫ୍ଲାଇଟରେ ତ୍ରୁଟି ମିଳିଥିଲା
ମାର୍ଚ୍ଚ ୨୬ରେ ବିଶାଖାପଟନମରୁ ଦିଲ୍ଲୀ ଆସୁଥିବା ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ଯାତ୍ରୀ କହିଥିଲେ, ବିମାନ ରନୱେକୁ ଛୁଇଁ ଅଚାନକ ଉଠିଥିଲା, ଏଥିରେ ଯାତ୍ରୀଙ୍କ ମଧ୍ୟରେ ଭୟର ମାହୋଲ ଥିଲା । ବିମାନ ଦିଲ୍ଲୀ ଓ ଗାଜିଆବାଦ ଉପରେ ପ୍ରାୟ ୭-୮ ମିନିଟ୍ ପର୍ଯ୍ୟନ୍ତ ଚକ୍କର କାଟିଥିଲା । ପରେ ପାଇଲଟ୍ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ବିମାନରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ଜେଡିଏସ ନେତା ଏଚଡି ରେଭନ୍ନା ଥିଲେ ।
Also Read: ହର୍ମୁଜ ପାର କରୁଛନ୍ତି ତେଲ ଭର୍ତ୍ତି ଦୁଇଟି ଜାହାଜ, ସୁରକ୍ଷା ପାଇଁ ଯୁଦ୍ଧପୋତ ପ୍ରସ୍ତୁତ