ଭୁବନେଶ୍ୱର: ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚାଷୀମାନେ ସେମାନଙ୍କର ଅମଳ ଧାନକୁ ମଣ୍ଡିରେ ଦେଉଛନ୍ତି । କିନ୍ତୁ ମଣ୍ଡିରେ ଧାନର FAQ ମାନ ନିର୍ଦ୍ଧାରଣ କରାଯାଇ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନର ରଙ୍ଗ ପରିବର୍ତ୍ତନ ହୋଇଥିଲେ ନିଆନଯିବ କିନ୍ତୁ ଧାନର ମାନ ବେଶୀ ଖରାପ ହୋଇଥିଲେ ନିଆଯାଇପାରିବନାହିଁ । ମଣ୍ଡିରେ ଚାଷୀ ଧାନ ଦେବା ପରେ ସେମାନଙ୍କ ପାଖକୁ ଟଙ୍କା ଯାଉଛି । ସେମାନଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ମଧ୍ୟ ଦିଆଯାଉଛି। ରାଜ୍ୟରେ ବଢୁଥିବା ଆଳୁ ଦର ସମ୍ପର୍କରେ ମଧ୍ୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, " ଆଉ କିଛି ଦିନ ପରେ ରାଜ୍ୟରେ ଆଳୁ ଦର କମିବ।