ମଧ୍ୟାହ୍ନ ଭୋଜନ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର । ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୫ ଟଙ୍କା ୯୦ ପଇସା ଥିଲା । ବର୍ତ୍ତମାନ ତାହା ୭.୬୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ଥିଲା ୮ ଟଙ୍କା ୮୨ ପଇସା ଥିଲା ଯାହା ବର୍ତ୍ତମାନ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି ।