ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରାରେ ବାହାରକୁ ବାହାରିଲେ ଅବସ୍ଥା ଅସମ୍ଭାଳ ହୋଇ ପଡୁଛି। ଖରା ଏବଂ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲେଣି। ସକାଳ ୮ ଟାରେ ବି ଘରୁ ବାହାରିବା ହୋଇ ପଡିଲାଣି ମୁସ୍କିଲ।
ଆଜି ସକାଳ ୮ ଟା ସୁଦ୍ଧା ୩୨ ଛୁଇଁଛି ରାଜଧାନୀ ତାପମାତ୍ରା। ସେହିପରି ଚାନ୍ଦବାଲି ୩୨.୬, ପୁରୀ ୩୨.୪, କେନ୍ଦୁଝର ୩୧.୨ । ଝାରସୁଗୁଡ଼ା ଓ ଗୋପାଳପୁର ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ଦିନ ୧୧.୩୦ ସୁଦ୍ଧା ମଧ୍ଯ ଭୁବନେଶ୍ୱର ରେ ତାପମାତ୍ରା ୩୯.୬ଡିଗ୍ରୀ ହୋଇଥିବା ବେଳେ ବାଲେଶ୍ଵରରେ ସର୍ବାଧିକ ୪୦.୫ ଡିଗ୍ରୀ ଛୁଇଁଛି ପାରଦ।