ପିପିଲି: ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ କ୍ଷଣକ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘରର ଛାତ ଉଡି ଯାଇଛି। ତେବେ ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଘଟିଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାହାଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ କିନ୍ତୁ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି।
ସୂଚନା ଅନୁସାରେ, ବାଲିକୁଦା ପାଟଣାର କୁମର ସାହୁ ଓ ତାଙ୍କ ଭାଇମାନେ ମା ଦୁଲ୍ଲାଦେବୀ ଫାୟାର ୱାର୍କ ଖୋଲି ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଥିଲେ। ଆଜି ସକାଳୁ ସକାଳୁ କୌଣସି କାରଣରୁ ଗୋଦାମରେ ନିଆଁ ଲାଗିଯାଇଥିଲା। ଯାହାଫଳରେ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହେବା ସହିତ ବାଣରେ ବ୍ୟବହୃତ ବ୍ୟାପକ ସାମଗ୍ରୀ ପୋଡ଼ି ଯାଇଛି। ୨ ରୁ ୩ ଲକ୍ଷ ଟଙ୍କାର ବାଣ ପୋଡି ପାଉଁଶ ହୋଇ ଯାଇଥିବା ଆଲୋଚନା ହେଉଛି। ତେବେ ନିଆରା ପ୍ରକୋପ ଏତେ ଅଧିକ ଥିଲା କୁଶଭଦ୍ରା ନଦୀ ପାଠ ବାଉଁଶ ଜଙ୍ଗଲରେ ନିଆଁ ଲାଗି ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା।