ଭୁବନେଶ୍ୱର: ରାଜ୍ୟରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଛନ୍ତି । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି।
ସ୍କିମାଟିକ୍ ଶିକ୍ଷକମାନେ ଯେବେଠାରୁ ଚାକିରୀରେ ଯୋଗ ଦାନ କରିଛନ୍ତି ସେହି ସମୟଠାରୁ ନିୟମିତ କରାଯିବ । ତେବେ ସେମାନେ ଚାକିରୀରେ ଯୋଗଦାନ ସମୟଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। କିନ୍ତୁ ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
ସୂଚନାଯୋଗ୍ୟ ଯେ, ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ଆଜି ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।