ଭଦ୍ରକ: ମଣ୍ଡିରେ ଧାନ ଉଠୁ ନ ଥିବାର କଷ୍ଟ ଏବେ ଆନ୍ଦୋଳନର ରୂପ ନେଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ଧାନ କିଣାରେ ବିଭ୍ରାଟକୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ପରେ ଏବେ ରାସ୍ତାରୋକ କରିଛନ୍ତି ଗଦି ଚାରିତରଫପୁର ସେବା ସମବାୟ ସମିତିର ଚାଷୀ। ଫଳରେ ଏହି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।
ରାସ୍ତାରୋକ ସମୟରେ ଚାନ୍ଦବାଲି ତହସିଲଦାର ଜୋର ଜବରଦସ୍ତ ରାସ୍ତା ପାର ହେବାକୁ ଚେଷ୍ଟା କରିବା ବେଳେ ଚାଷୀ ପ୍ରତିବାଦ କରି ତହସିଲଦାରଙ୍କ ଗାଡି ଆଗରେ ଶୋଇବା ସହ ହୋ-ହାଲ୍ଲା କରିଥିଲେ। ତହସିଲଦାର ଜବରଦସ୍ତି ଗାଡି ଆଗକୁ ବଢ଼ାଇବାକୁ ଯେତେବେଳେ ଚେଷ୍ଟା କଲେ, ସେତେବେଳେ ଆନ୍ଦୋଳନରତ ଚାଷୀମାନେ ସିଧାସଳଖ ଗାଡି ଆଗରେ ଶୋଇ ପଡ଼ିଲେ। ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିବାବେଳେ, ଘଟଣାସ୍ଥଳରେ ହୋହାଲ୍ଲା କରିଥିଲେ।
ଚାଷୀଙ୍କ ଅଭିଯୋଗ ହେଲା :
- ମଣ୍ଡିରୁ ଧାନ ଉଠୁନି
- ବାରମ୍ବାର ଅନୁରୋଧ ସତ୍ତ୍ୱେ ସମସ୍ୟାର ସମାଧାନ ନାହିଁ
- ଧାନକିଣା ବିଭ୍ରାଟ ଯୋଗୁଁ ଚାଷୀମାନେ ଅର୍ଥନୈତିକ ଚାପରେ ରହିଛନ୍ତି
- ଦୀର୍ଘଦିନର ଅସନ୍ତୋଷ ପରେ ଶେଷରେ ରାସ୍ତାରେ ଓଲ୍ହାଇଛନ୍ତି
ଏଠି ପ୍ରଶ୍ନ ଉଠୁଛି, ଧାନ କିଣାରେ ଏତେ ବିଳମ୍ବ କାହିଁକି? ଚାଷୀଙ୍କ ସମସ୍ୟା କେବେ ହେବ ସମାଧାନ ହେବ?