ମୟୁରଭଞ୍ଜ: କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳ ରୁ ଗୁରବାର ବିଳମ୍ବିତ ରାତିରେ ଚୋରାରେ ଶାଳ କାଠରେ କଟା ଯାଇଥିବା ଚୌ କାଠ କୁ ୬ ଟି ବାଇକ ରେ ଆନନ୍ଦପୁର ଅଞ୍ଚଳ କୁ ନେଇ ଯାଉଥିବା ବେଳେ ସାତକୋଶିଆ ରେଞ୍ଜ କର୍ମଚାରୀ ମାନେ ଚୌ କାଠ ସହ ବାଇକ ଗୁଡିକୁ ଜବତ କରିଛନ୍ତି। ଜବତ ହୋଈ ଥିବା ଚୌକାଠ ଗୁଡିକ ୨୨.୯୧ ସିଏଫଟି ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନ କର୍ମଚାରୀ ମାନଙ୍କୁ ଦେଖି ରାତ୍ରିର ସୁଯୋଗ ନେଇ ଚୋରାରେ କାଠ ନେଇ ଯାଉଥିବା କାଠମାଫିଆ ମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି।
ସୂଚନା ଅନୁଯାୟୀ ଚୋରାରେ କଟା ଯାଇଥିବା ଶାଳ ଗଛ ଚୌକାଠ ଗୁଡିକୁ ବାଇକ ଯୋଗେ ଚାଲାଣ ହେବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ସାତକୋଶିଆ ଫୋରେଷ୍ଟର ଗୌତମ ମହାନ୍ତ ନଦା ଫୋରେଷ୍ଟର ଚିତ୍ରମଣି ହୋ ,ଫୋରେଷ୍ଟ ଗାର୍ଡ ସନତ ମହାନ୍ତ ଓ ଅନ୍ୟ ବନ କର୍ମଚାରୀ ମାନେ ଶାଳଚୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶପାଣି ଗ୍ରାମ ନିକଟ ରାସ୍ତାରେ କାଠ ଧରି ଆସୁଥିବା ବାଇକ ଗୁଡିକ ଅଟକାଇ ଥିଲେ।ଘଟଣାସ୍ଥଳରୁ ବାଇକ ଚଳକ ମାନେ ଦୌଡ଼ି ଖସି ପଳାଇ ଯାଇଥିବା ବେଳେ ବାଇକ ସହିତ ବୋଝେଇ ହୋଇଥିବା ଚୌକାଠକୁ ଜବତ କରିଥିଲେ। କାଠ ବୋଝେଇ ହୋଇଥିବା ୬ ଟି ବାଇକ କୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଥିବାର ଜଣା ପଡ଼ିଛି।