ଭୁବନେଶ୍ୱର: ଆଜି ହେଉଛି ଇଦ୍-ଉଲ୍-ଫିତର୍ । ସାରା ଦେଶରେ ମୁସଲମାନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ପବିତ୍ର ଇଦ୍-ଉଲ୍-ଫିତର୍ ପର୍ବ ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଦ-ଉଲ-ଫିତରର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଏକତାକୁ ପ୍ରେରଣା ଦେବା ସହିତ ଦୟା ବିସ୍ତାର କରୁ ଏବଂ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣୁ ବୋଲି କହିଛନ୍ତି । ସେହିପରି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଏହି ଦିନ ଚାରିଆଡ଼େ ଭାଇଚାରା ଏବଂ ଦୟା ଆହୁରି ବୃଦ୍ଧି କରୁ। ସମସ୍ତଙ୍କ ଖୁସି ଏବଂ ସୁସ୍ଥତା କାମନା କରିଛନ୍ତି । ଏହି ପବିତ୍ର ଅବସରରେ ଦୟା, ଉଦାରତା ଏବଂ ଏକତାର ମୂଲ୍ୟବୋଧକୁ ପାଳନ କରିବା ବୋଲି ଆହ୍ୱାନ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।