ଜବତ ହେଲା ମାଓ ସାମଗ୍ରୀ ଓ ବିସ୍ଫୋରକ । ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ ସଫଳତା । ମାଓବାଦୀ ଲୁଚାଇ ରଖିଥିବା ମାଓ ସାମଗ୍ରୀ ଓ ବିସ୍ଫୋରକଗୁଡିକୁ ଜବତ କରିଛି ପୋଲିସ । ପୋଲିସ ମାଓବାଦୀମାନଙ୍କ ଠାରୁ ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଡି ବୋମା, ୭କେଜି ଓଜନର ୫ଟି ଆଇଡି ବୋମା, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଡି ବୋମା, ୩କେଜି ଓଜନର ୩ଟି ଆଇଡି ବୋମା ସହ କିଛି ମାଓ ସାମଗ୍ରୀ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ମାଓ ପ୍ରବଣ ଅଂଚଳ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ସ୍ଥିତ ଦୟାଲତୁଙ୍ଗ ଗାଁ ନିକଟରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷାକର୍ମୀ ମାନେ ବିପୁଳ ମାଓ ସାମଗ୍ରୀ ସହିତ ବିସ୍ଫୋରକ ମଧ୍ୟ ଜବତ କରିଥିଲେ । ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ସହାୟତାରେ ବଡ଼ ବିସ୍ପୋରଣ ଘଟାଇବାର ଯୋଜନା କରି ବିସ୍ଫୋରକ ସାମଗ୍ରୀ ରଖିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଡକାୟତି ଯୋଜନା ବେଳେ ୩ ଗିରଫ