ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ଵରୀଙ୍କ ନୂଆ ଭଜନ 'ମୋ ମା' କେତେ ସୁନ୍ଦର' ଲୋକାର୍ପିତ। ତେବେ ଏହି ଭଜନର ଉନ୍ମୋଚନ ସମୟରେ ଆଜି ସମସ୍ତ ଟିମ ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ଖିଚିଂ ମନ୍ଦିରରେ ଠାରେ ମା' କିଚେକେଶ୍ୱରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଗୀତଟିକୁ ଲୋକର୍ପିତ କରିଥିଲେ। ଏହି ଭଜନଟିକୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଶିଧି ମିଶ୍ର ଅତି ସୁନ୍ଦର ଭାବରେ କଣ୍ଠଦାନ କରିଥିବା ବେଳେ ଭଜନଟି ପୂର୍ବୀ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଛି ବୋଲି କହିଛନ୍ତି ଚେନାଲ ହେଡ଼ ଦୀପକ କୁମାର ଘଣା। ଏହି ଭଜନ ଲୋକର୍ପିତ ସମୟରେ ପ୍ରଯୋଜକ ସ୍ନେହାଞ୍ଜଳି ମିଶ୍ର, ଚ୍ୟାନେଲ ହେଡ୍ ଦୀପକ କୁମାର ଘଣା ଏବଂ ଲେଖକ ଓ ସଙ୍ଗୀତ ନିର୍ଦ୍ଧେଶକ ଅଜିତ ଭୋଇ ପ୍ରମୁଖ ଉପସ୍ଥିତି ଥିଲେ। ତେବେ ଏହି ମା'ଙ୍କ ଭଜନଟି ପୂର୍ବୀ ୟୁଟୁବ ଚ୍ୟାନେଲରେ ଆଜି ଅପଲୋଡ଼ ହୋଇଥିଲା। ତେବେ ଏହି ଭୋଜନଟି ଶ୍ରୋତାଙ୍କ ମନକୁ ଛୁଇଁବା ସହିତ ଚର୍ଚ୍ଚିତ ହେବ ବୋଲି ବିଶ୍ୱାସ ରଖିଛନ୍ତି କଣ୍ଠଶିଳ୍ପୀ ଏବଂ ପ୍ରଯୋଜକ।