ବ୍ରହ୍ମପୁର: ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ସମୟ ଧାର୍ଯ୍ୟ ହେବାପରେ ଏକ ବିରାଟ ପଟୁଆର ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲା। ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ୧.୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା।
ଏପ୍ରିଲ ୩ରେ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଏହି ଦିନ ମାଆ ଆସିବେ ବାପା ଘରକୁ ଏବଂ ଯାତ୍ରା ଆରମ୍ଭ ହେବ। ଏପ୍ରିଲ ୨୮ ତାରିଖରେ ମାଆ ଶାଶୁ ଘରକୁ ଫେରିବେ। ୨୬ ଦିନ ଯାତ୍ରା ଅନୁଷ୍ଠିତ ହେବ। ସାଧାରଣ ବୈଠକରେ ଶୁଭ ସମୟ ନିର୍ଦ୍ଧାରଣ ହୋଇଛି।
ଅଧିକ ପଢନ୍ତୁ: ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
ମାଆଙ୍କ ଆଗମନ ପାଇଁ ବାପା ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାକୁ ନେଇ ଅଞ୍ଚଳବାସୀ, ସହରବାସୀଙ୍କ ମଧ୍ୟରେ ଖୁସି, ଆନନ୍ଦ ଦେଖା ଦେଇଛି। ମାଆ ଆସିବେ ବୋଲି ଛାତି କୁଣ୍ଢେମୋଟ ହେଉଛି। ଖୁସିରେ ଆତ୍ମ ବିଭୋର ହୋଇ ପଡିଛନ୍ତି ସହରବାସୀ। ଶୂନଶାନ ମଧ୍ୟରାତ୍ରି ଉତ୍ସବ ମୁଖର ହୋଇ ପଡିବ। ଏଥିପାଇଁ ସହରବାସୀ ଖୁସି ଜାହିର କରିଛନ୍ତି।