ନୂଆ ସରକାର ଦାୟିତ୍ୱ ନେବାଠାରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଏବେ ଆକ୍ସନ ମୁଡ଼ରେ ।
ସେହିଭଳି ଭାବେ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକାଙ୍କୁ ମଧ୍ଯ ଆକ୍ସନ ମୁଡ୍ ରେ ଦେଖିବାକୁ ମଧ୍ୟ ମିଳିଛି । ଜିଲ୍ଲାର ସମସ୍ତ ମୁଖ୍ୟ ପଦାଧିକାରୀ ମାନଙ୍କୁ ବ୍ରହ୍ମଗିରି ବ୍ଲକ କୁ ଡାକି ଏକ ସମନ୍ଵୟ ବୈଠକ କରିଛନ୍ତି ।
ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ତିନୋଟି ଯାକ ବ୍ଲକ୍ ର ମଣ୍ଡଳ ଉନ୍ନୟନ ଅଧିକାରୀ , ସମସ୍ତ ପଦାଧିକାରୀ ମାନଙ୍କୁ ନିଜ ନିଜ ବିଭାଗର କାର୍ଯ୍ୟ କୁ ସୁଚାରୁ ରୂପେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ସ୍ବାସ୍ଥ୍ୟ , ଶିକ୍ଷା , ଜଳସେଚନ, ଜଳନିଷ୍କାସନ,ମତ୍ସ୍ୟ ବିଭାଗକୁ ଗୁରୁତ୍ଵ ଦେଇ ଲୋକମାନଙ୍କର ସମସ୍ତ ସମସ୍ୟାକୁ ଠିକ୍ ସମୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟିକା ଭାବରେ ନିଜ ନିର୍ବାଚନୀ ମଣ୍ଡଳୀରେ ମୋର ଯାହା ଯାହା ଲୋକମାନଙ୍କ ପାଇଁ କାମ କରିବା କଥା ମୁଁ ଠିକ୍ ସମୟରେ କରିବି ବୋଲି ନବନିର୍ବାଚିତ ବିଧାୟିକା ଉପାସନା ମହାପାତ୍ର କହିଛନ୍ତି l