ପୁରୀ: ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ରାତ୍ର ପହୁଡ ଠାରୁ ଶ୍ରୀମନ୍ଦିର ବନ୍ଦ ଅଛି । ସେନାପଟା ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ନ ୨ ଟା ପରେ ଜଗା ଦର୍ଶନ କରିପାରିବେ ଭକ୍ତ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତିରେ ଯୋଗଦାନ କରିଥାନ୍ତି। ଏହି ସମୟ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନିକଟତମ ସେବକ ଭାବରେ ବିବେଚିତ ଦଇତାପତିମାନେ ଏହି ଅନ୍ତରଙ୍ଗ ସେବା କରିବା ପାଇଁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥାନ୍ତି ।
ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷସାରା ଭକ୍ତମାନେ ଏହି ସ୍ୱତନ୍ତ୍ର ଯାତ୍ରା ପାଇଁ ଅପେକ୍ଷା କରିଥାଏ ।